Pahi Pahia

ପାହି ପାହିଆ
(Dinabandhuraja— Raga Bilahari, Tala Jati)
(ଦୀନବନ୍ଧୁରାଜ— ରାଗ ବିଲାହାରୀ, ତାଳ ଯତି)

ପାହି ପାହିଆ । ଘୋଷା ।

ପାହି ବ୍ରଜପୁର ଯୁବ ପୁରନ୍ଦର
ପାହି କରଧୃତ ମନ୍ଦରଂ
ପାହି କୃତ ଅଭିସାର କନ୍ଦର
ପାହି ନବଘନ ସୁନ୍ଦରଂ । ୧ ।

ମତ୍ତ ବାରଣ ଗର୍ବ ନାଶନ
ଗମନ ଜନମନ ରଞ୍ଜନ
ମୀନ କେତନ ଝଷ ନିକେତନ
ଯାମଳାର୍ଜ୍ଜୁନ ଭଞ୍ଜନ । ୨ ।

ନନ୍ଦନନ୍ଦନ ଜଗତ ବନ୍ଦନ
ମୁରଲୀଧର ବ୍ରଜନାଗର
କମଳ ଲୋଚନ ଶୋକନାଶନ
ସକଳ ଗୁଣଗଣ ସାଗର । ୩ ।

କୋଟି ଶାରଦ ଚନ୍ଦ୍ରମା ମୁଦ
ବନଜ ରୁଚି ମୁଖ ଶ୍ୟାମଳ
ଗଣ୍ଡ ସୁଶୋଭିତ ରତନ ସୁଜଡ଼ିତ
ମକର ସୁରୁଚିର କୁଣ୍ଡଳ । ୪ ।

ନାଗରୀ ଜନ ଚିତ୍ତ ମୋହନ
ବସନ ରୁଚି ଜିତ କୁନ୍ଦନ
ନିତ୍ୟ ନର୍ତ୍ତନ ଶରଣ ତବ
ଦୀନବନ୍ଧୁରାଜ ହରିଚନ୍ଦନ । ୫ ।