(ଅଜ୍ଞାତ କବି— ରାଗ ମାଳଶ୍ରୀ ଗୌଡ଼ା, ତାଳ ଯତି)
ପୀରତି ଲଗାଇ ଶ୍ୟାମ ଦୂରଦେଶ ତୁ ନ ଯା ରେ । ଘୋଷା ।
ତୁ ଗଲେ ମଧୁଭୁବନ । କି ଘେନି ବଞ୍ଚିବୁ ଦିନ ।
ହେବ ଦଶଦିଗ ଶୂନ୍ୟ ମୁଖ ଦର୍ଶନ ବିନାରେ । ୧ ।
ଏତେ ସ୍ନେହ ଦୂର କରି । ଯିବ ଯେବେ ମଧୁପୁରୀ ।
ହାରିବୁ ପରାଣ ସର୍ବେ ଯାଇ ଯମୁନାରେ । ୨ ।
ନୋହିଲେ ଗରଳ ବିଷ । ଖାଇ ପ୍ରାଣେ ଯିବୁ ନାଶ ।
କି ଲାଭ ପରାଣେ ଥାଇ ଆଉ ଜୀବଦ୍ଦଶାରେ । ୩ ।