Prananatha Bije Bela Balila Re

ପ୍ରାଣନାଥ ବିଜେ ବେଳ ବଳିଲା ରେ
(Kabisurjya— Raga Bihaga, Tala Ekatali)
(କବିସୂର୍ଯ୍ୟ— ରାଗ ବିହାଗ, ତାଳ ଏକତାଳି)

ପ୍ରାଣନାଥ ବିଜେ ବେଳ ବଳିଲା ରେ । ଘୋଷା ।

ସଖି ହେଲା କି ପାପ ଦେଖ ଏ ଚନ୍ଦ୍ରାତପ
ବନ୍ଧା କୁସୁମ ଥୋପ ଆସି ଲୁଳିଲା ରେ । ୧ ।

ତୁଟିଲାନି ମୋ ହୃଦପୁଟେ ଥିଲା ପ୍ରମାଦ
ମଥା ପରୁ କୁମୁଦବନ୍ଧୁ ଟଳିଲା ରେ । ୨ ।

ଦେଲା ଆହା କି ଫଳ ଭଲା ତ ମୋ କପାଳ
ଲଗାଇଲେ ରସାଳ ନିମ ଫଳିଲା ରେ । ୩ ।

ମଣ୍ଡାଇଲି ନିବାସ କିମ୍ପା ହେଲି ଏ ବେଶ
ଆନେ ତେବେ ଜୀବେଶ ମନ ବଳିଲା ରେ । ୪ ।

ଛୋଟରାୟ ନୃପତି ବିଜେ କଲେ ଏ ରାତି
ଜାଣ ସବୁ ସମ୍ପତ୍ତି ମୋତେ ମିଳିଲା ରେ । ୫ ।