Bandhua Tu Mo Sabu Bharasa

ବନ୍ଧୁଆ ତୁ ମୋ ସବୁ ଭରସା
(Kabisurjya— Raga Anandabhairabi, Tala Ekatali)
(କବିସୂର୍ଯ୍ୟ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ବନ୍ଧୁଆ ତୁ ମୋ ସବୁ ଭରସା
ନ କର ଦରପଣନିଭ ରସା । ଘୋଷା ।

ଭୁଷ ପଛେ ମୁନେ କରରୁହର
ଏ ଗୁମାନ ପରିକରରୁ ହର । ୧ ।

ଶ୍ରୀମୁଖ ପରବ ତୁହିନକର
ଅରୁଣ ଭାବକୁ ତୁହି ନ କର । ୨ ।

ବିଅର୍ଥ ଏ ଚନ୍ଦ୍ର କ୍ଷଣଦା ସରେ
ଖେଳା ଚଞ୍ଚଳ ଈକ୍ଷଣ ଦାସରେ । ୩ ।

ମୁଁ ସାଧ୍ୟ ନୋହିଲେ ତିଆରଣରେ
ମାର ମଦନ ହଟିଆ ରଣରେ । ୪ ।

ସରିଲାଟି ଅଷ୍ଟଦୁର୍ଗନାଥ ରେ
ଅନା ଅନା ସୁନାବରନା ଥରେ । ୫ ।