Mohana Mo Ankaku Asa Re

ମୋହନା ମୋ ଅଙ୍କକୁ ଆସରେ
(Kabisurjya— Raga Saranga, Tala Ekatali)
(କବିସୂର୍ଯ୍ୟ— ରାଗ ସାରଙ୍ଗ, ତାଳ ଏକତାଳି)

ମୋହନା ମୋ ଅଙ୍କକୁ ଆସରେ । ଘୋଷା ।

ଦୁଃଖନଦ ଭେଳା । ଶୁଚିସ୍ମିତ ଖେଳା ।
ମଧୁରାରୁଣ ରଦବାସରେ । ୧ ।

ନୟନରୁ ବାରି । ପ୍ରସରି ନିବାରି ।
ଭିଡ଼ିଦେ ହରେ ଭୁଜ ଫାଶରେ । ୨ ।

ଖଳ ଜନ ବାଣୀ । ହୃଦୟକୁ ହାଣି ।
ରୁଷନା ଧନ ନିଜ ଦାସରେ । ୩ ।

ତୋ ମଣି କଠାଉ । ବହି ଦିନ ଯାଉ ।
ନ ଛାଡ଼ୁ ମୋର ଏ ମୁହାଁସ ରେ । ୪ ।

ଗିରକର ଆହା । ସରିଲିଟି ଚାହାଁ ।
ମଦନାନନ୍ଦନିଳ ଝାସରେ । ୫ ।

ଚୁମ୍ବନ ବିଧାନେ । ମଧୁ ରସ ଦାନେ ।
ହର ମୋ ମରମ ପରାଶ ରେ । ୬ ।

ବସୁଦୁର୍ଗ ରାଜା । ସୁଖେ କର ତାଜା ।
ରସିଯା ତଳପ ବିଳାସରେ । ୭ ।