Sarasa Jetiki Re

ସରସ ଯେତିକି ରେ
(Kabisurjya— Raga Mukhari, Tala Ekatali)
(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଏକତାଳି)

ସରସ ଯେତିକି ରେ
ବନ୍ଧୁ ବିରସ ତେତିକି ରେ । ଘୋଷା ।

ନାଗରୀ ମୁକୁଟ ହୀରା ଉନ୍ମାଦ ପ୍ରେମ ପସରା
ସୁରତ ରଙ୍ଗିଣୀ ଠାଣି ଉହୁଁ ଉହୁଁ ଇଷିବାଣୀ
(ପଡ଼ି)
ନାହିଁ ନାହିଁ ମହୀମଣ୍ଡଳେ ସହି ପରି
ପରିଣତ ବିମ୍ବାଧରୀ ଧରାଶୀରି
କରୀନ୍ଦ୍ରବରଗତି ସଙ୍ଗତି ଜଗତୀରେ
ଗତି ମୋ ରତିପଣ୍ଡିତା ରମଣୀମଣି । ୧ ।

ଆସେ ହୋଇ ରହରହ ହାସେ ମଣ୍ଡୁଥାଏ ଦେହ
ମୁଖେ ବାସଶେଷ ଦେବା ପଛକୁ ଘୁଞ୍ଚିଆସିବା । ୨ ।