Kundanangi Sukunda Hasi Mukunda

କୁନ୍ଦନାଙ୍ଗୀ ସୁକୁନ୍ଦହାସୀ ମୁକୁନ୍ଦ ପାଶକୁ
(Gourahari— Raga Baradi)
(ଗୌରହରି— ରାଗ ବରାଡ଼ି)

କୁନ୍ଦନାଙ୍ଗୀ ସୁକୁନ୍ଦହାସୀ
ମୁକୁନ୍ଦ ପାଶକୁ ଆସରେ
ଦ୍ୱନ୍ଦ ତେଜି ମନୁ ମନ୍ଦିରସ୍ତନୀ
ମନ୍ଦେ ହସି ମୃଦୁ ଭାଷରେ । ଘୋଷା ।

କାନ୍ତରେ ତୁ ଏକାନ୍ତରେ କରି
ଦନ୍ତବାସରେ ଦଂଶରେ
ଭ୍ରାନ୍ତିକୁ ତେଜି କାନ୍ତ ଚିତ୍ତ
ନିରନ୍ତରେ କର ତୋଷରେ । ୧ ।

ବାରିଜାକ୍ଷୀ ମୁରାରି ତୋ ବିନୁ
ହାରି ଜୀବନ ଆଶରେ
ପାରି ନ କଲେ ତୁ ନାରୀମଣ୍ଡନା
ସାରିଦେବ ସ୍ମର ତ୍ରାସରେ । ୨ ।

ବଞ୍ଚନ ନ କର ଚଞ୍ଚଳରେ ଚଳ
ଘଞ୍ଚ ବିପିନ ପ୍ରଦେଶରେ
ଚଞ୍ଚଳେକ୍ଷଣି ରଞ୍ଚ ବିପରୀତ
ବଞ୍ଚ ସୁରତି ରହସ୍ୟରେ । ୩ ।

ଏ ରସରେ ଦ୍ୱିଜ ଗୌରହରି କହେ
ସାର ବଚନ ବିଶେଷରେ
ସ୍ଥିର ହରଷରେ ମିଳାଇଲେ ମୁରଲୀ
-ପାଣି ରାଧା ପାଶରେ । ୪ ।