Jaya Gokula Mangala Madhuhari

ଜୟ ଗୋକୁଳମଙ୍ଗଳ ମଧୁହାରୀ
(Gourahari— Raga Kalyana, Tala Aditala)
(ଗୌରହରି— ରାଗ କଲ୍ୟାଣ, ତାଳ ଆଦିତାଳ)

ଜୟ ଗୋକୁଳମଙ୍ଗଳ ମଧୁହାରୀ
ରାସରସିକବର କୁଞ୍ଜବିହାରୀ । ଘୋଷା ।
କୋଟିମଦନଜିତ ସୁନ୍ଦର ବିଗ୍ରହ
କୁଞ୍ଚିତକେଶ ପୀତପଟଧାରୀ । ୧ ।
ଧ୍ୱଜ ବଜ୍ରାଙ୍କୁଶ ରାଜିତ ପଦଯୁଗ
ଉପଳୋଦ୍ଧାରିତ ଗୌତମନାରୀ । ୨ ।
ସ୍ଥୂଳ ମୌକ୍ତିକ ମଞ୍ଜୁଳ ଉରସ୍ଥଳ
ଅଙ୍ଗଦ ବାହୁଯୁଗ୍ମ ମନୋହାରୀ । ୩ ।
ଗଣ୍ଡଯୁଗ ମକରକୁଣ୍ଡଳ ମଣ୍ଡିତ
ପୁଣ୍ଡରୀକଦୃଶ ଷଣ୍ଢବିହାରୀ । ୪ ।
କଦମ୍ବ ତରୁତଳ ଲମ୍ପଟ ନଟବର
ବଟପୁଟଶାୟୀ ଦୁଷ୍ଟ ଦନୁଜାରି । ୫ ।
ଗୌରହରି କୃତ କୀର୍ତ୍ତନ ତୋଷିତ
କରୁଣାଜଳନିଧି ପତିତୋଦ୍ଧାରୀ । ୬ ।