Ana Re Minabara Nayana

ଅନାରେ ମୀନବରନୟନା
(Gourahari— Raga Kaphi, Tala Tripata)
(ଗୌରହରି— ରାଗ କାଫି, ତାଳ ତ୍ରିପଟା)

ଅନାରେ ମୀନବରନୟନା
ମନରୁ ପରିହର ବିମନା । ଘୋଷା ।
ମୃଦୁଳେ ଥରେ କହି ଭାରତୀ
ହୃଦରୁ ହରରେ କାମଭୀତି । ୧ ।
ଗଣ୍ଡରେ ଗଣ୍ଡକୁ ଯୋଖି ଧନ
ଦଣ୍ଡକୁ ହର ଦେଇ ଚୁମ୍ବନ । ୨ ।
ତୋ ବିନା କେ ଅଛି ମୋର ଗତି
ନବୀନା କହ ଥରେ ଭାରତୀ । ୩ ।
ଜଗନ୍ନାଥ ରାଜମଣି ସୁତ
ସରାଗରେ କହିଲେ ଏ ଗୀତ । ୪ ।