Aja Dekhili Re Nabina Bayasi Bala

ଆଜ ଦେଖିଲିରେ ନବୀନବୟସୀ ବାଳା
(Upendra Bhanja)
(ଉପେନ୍ଦ୍ର ଭଞ୍ଜ)

ଆଜ ଦେଖିଲିରେ । ନବୀନବୟସୀ ବାଳା ।
ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି
କରିଥାନ୍ତି ଗଳାମାଳା । ଘୋଷା ।

ଦୂରୁ ଦେଖି ମୋତେ କୁରଙ୍ଗୀନୟନା
ତରତର ହୋଇଗଲା
କାଖେ କୁମ୍ଭ ଘେନି ଲେଉଟି ଚାହାଁନ୍ତେ
ମଦନଶର ଦହିଲା । ୧ ।

ସୁନ୍ଦର କନ୍ଦର୍ପ ଦର୍ପଣ ପରାୟେ
ଝଟକୁଥିଲା ତା ମୁଖ
ଚାହିଁଲା ମାତ୍ରକେ କ୍ଷୟ ଗଲା ମୋର
ଅଙ୍ଗରୁ ଅନଙ୍ଗ ଦୁଃଖ । ୨ ।

କୋଟି କୋଟି ଶିବ ସେବା କରିଥିବ
ଯେ ଥିବ ଗଙ୍ଗାରେ ଧ୍ୟାୟି
କହେ ଉପଇନ୍ଦ୍ର କବିକୁଳଚନ୍ଦ୍ର
ତା ସଙ୍ଗ ଲଭିବ ସେହି । ୩ ।