Na Kara Re Rama Mana

ନ କରରେ ରାମା ମାନ
(Upendra Bhanja— Raga Bhairabi, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ଭୈରବୀ, ତାଳ ଏକତାଳି)

ନ କରରେ ରାମା ମାନ । କହୁଛି ବିନୟ ଘେନ ।
କିଣାଜନ ଠାରେ ମାନ କଲେ କି ହେବ ସମାନ । ଘୋଷା ।

ତୁ ମୋ ଗଳା ରତ୍ନମାଳା । ବାଳାରେ ନେତ୍ରପିତ୍ତୁଳା ।
କାମସିନ୍ଧୁରେ ମୋ ଭେଳା ନ ବୁଡ଼ା ନବଛଇଳା । ୧ ।

ଲଗାଇ ପ୍ରୀତି ବଲ୍ଲରୀ । ନ ଛେଦ ଶ୍ରୀହସ୍ତେ ଧରି ।
ବାନ୍ଧବୀ ମୁଁ କିଣା ପରିଜନ ତୋର ବିମ୍ବାଧରୀ । ୨ ।

ମୁଁ ଯେବେ ହୋଇଲି ଦୋଷୀ । ତୁ ପରା କରୁଣାରାଶି ।
ଶରଣ ପଶିଲି ଆସି ରଖ ମୋତେ ମଦାଳସୀ । ୩ ।

କାନ୍ତା କାନ୍ତ ବାଣୀ ଶୁଣି । ହରଷେ ରମଣୀମଣି ।
ଆରମ୍ଭିଲେ ପ୍ରୀତି ପୁଣି ଉପଇନ୍ଦ୍ର ଭଞ୍ଜ ଭଣି । ୪ ।