Aha Mo Jibana Dhani

ଆହା ମୋ ଜୀବନ ଧନୀ
(Upendra Bhanja— Raga Natanarayana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ନଟନାରାୟଣ, ତାଳ ଏକତାଳି)

ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ । ଘୋଷା ।

ନିଶାକର ବିଧୁମୁଖୀ କିସ କରୁଥିବରେ
ଆଶା ପଲଙ୍କରେ ବସି ଭାଷା ଲେଖୁଥିବରେ । ୧ ।

ଗଳେ ଥିବା ମୋତିମାଳ ତୁଟି ଲୋଟୁଥିବରେ
ଫିଟି ଲୋଟୁଥିବ କେଶ ଝାଳେ କଣ୍ଟୁଥିବରେ । ୨ ।

ଉତ୍ପଳନୟନୀ ତୋ କପାଳେ ଏହା ଥିଲାରେ
ସୁଫଳିତ ଅଙ୍ଗ ତୋର ବିଫଳିତ ହେଲାରେ । ୩ ।

ଭଣେ ଉପଇନ୍ଦ୍ର ଭଞ୍ଜ କରି ପ୍ରୀତି ଆଶାରେ
ଆଉ କି ଶୁଣିବି ପ୍ରାଣପ୍ରିୟା ପିକଭାଷାରେ । ୪ ।