Basi Kanduthiba Manini

ବସି କାନ୍ଦୁଥିବ ମାନିନୀ
(Upendra Bhanja— Raga Kalyana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ କଲ୍ୟାଣ, ତାଳ ଏକତାଳି)

ବସି କାନ୍ଦୁଥିବ ମାନିନୀ । ପ୍ରାଣସଜନୀ ।
ଅଗୁରୁ ଚନ୍ଦନ ବିଷ ତୁଲ୍ୟ ସେ ମଣୁଥିବଣି । ଘୋଷା ।

ଗୁନ୍ଥିଣ ଗଈଶହାର ପୂଜୁଥିବ ସେ ଶଙ୍କର ।
ମୋ ବିଚ୍ଛେଦେ ରାମାବର ଉଚ୍ଛନ୍ନ ହେଉଥିବଣି । ୧ ।

ଚାହୁଁଥିବ ଚନ୍ଦ୍ରମୁଖୀ ଯେସନେ ଚାତକପକ୍ଷୀ
କାମେ ହେଉଥିବ ଦୁଃଖୀ ରଜନୀରେ ସଜନୀ । ୨ ।

ଆସି ବସନ୍ତ ହୋଇଲା କି କରୁଥିବ ମୋ ବାଳା
ଉପଇନ୍ଦ୍ର ଭଞ୍ଜ ମାଳା ବସି ସେ ଜପୁଥିବଣି । ୩ ।