Aha Mo Labanya Nidhi Re

ଆହା ମୋ ଲାବଣ୍ୟନିଧି ରେ
(Upendra Bhanja— Raga Kalyana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ କଲ୍ୟାଣ, ତାଳ ଏକତାଳି)

ଆହା ମୋ ଲାବଣ୍ୟନିଧି ରେ
ହରାଇ ବସିଲି ବୁଦ୍ଧି ରେ । ଘୋଷା ।

ଶିବ ସେବି ଅନୁବ୍ରତେ ପାଇଥିଲି ଧନ ତୋତେ
ଏବେ କେମନ୍ତେ ମୂର୍ଚ୍ଛିବି ତୋତେ ରେ । ୧ ।

ଯେ ଦିଗେ ଚାହିଁଲେ ଧନ ଦିଶେ ତୋ ଚନ୍ଦ୍ରବଦନ
ଏବେ କେମନ୍ତେ ବଞ୍ଚିବି ଦିନ ରେ । ୨ ।

ସଖୀ ମୁଁ ଧରୁଛି କର ଏଥକୁ ଉପାୟ କର
ଏବେ ତୋ ଚିନ୍ତା ମୋ ହୃଦେ ଗାର ରେ । ୩ ।

ଚିନ୍ତାମଣି ବାଣୀ ଶୁଣି ହରଷ ରମଣୀମଣି
ଉପଇନ୍ଦ୍ର ଭଞ୍ଜ ଭଣି ରେ । ୪ ।