Gopini Madhye Nache Re

ଗୋପିନୀ ମଧ୍ୟେ ନାଚେ ରେ
(Banamali— Raga Sankarabharana, Tala Aditala)
(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଆଦିତାଳ)

ଗୋପିନୀ ମଧ୍ୟେ ନାଚେ ରେ ଶ୍ରୀ ନନ୍ଦନନ୍ଦନ । ଘୋଷା ।

ରଙ୍ଗଦେବୀ ଗୋରୀ ନବୀନ କିଶୋରୀ
ରାଗ କରେ ସାନିଧାପା ପାଧାପାମା ଗାରେ । ୧ ।

ଲଳିତା ବିଶାଖା ତୁଙ୍ଗଭଦ୍ରା ସୁଚିତ୍ରା
ବଜାଇ ମର୍ଦ୍ଦଳ ଧିତା ଧିତା ଗଦିଘନ ଧା । ୨ ।

ସର୍ବ ସଖୀ ମିଳି ଦ୍ୟନ୍ତି କର ତାଳି
ନାଚନ୍ତି ଶ୍ରୀ କୃଷ୍ଣ ଢଳି ଢଳି ଢଳିରେ । ୩ ।

କମଳୀ ଧବଳୀ ଦ୍ୟନ୍ତି ହୁଳହୁଳି
ବୋଲେ ବନମାଳୀ ଭାଳି ଭାଳି ଭାଳିରେ । ୪ ।