Rasa Rangini Nirasa Na Kara

ରାସରଙ୍ଗିନୀ ନିରାଶ ନ କର
(Anonymous— Raga Sankarabharana, Tala Khemata)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଖେମଟା)

ରାସରଙ୍ଗିନୀ ନିରାଶ ନ କର
ଦାସ ମୁଁ ତୋହର ।
କାଶହାସୀରେ ନାଶି ଦୋଷକୁ
ଭାଷ ସୁମଧୁର । ଘୋଷା ।

କାଞ୍ଚନଗୋରୀ ସଞ୍ଚିତ ଜନେ
ମୁଞ୍ଚିତ ନ କର
ଉଁଚ୍ଛିତକେଶୀ ବଞ୍ଚିତ ଆଶା
ନାହିଁ ତ ମୋହର । ୧ ।

ବାରଣଗତି ମାର ମାରଣୁ
ବାରେ ତୁ ଉଦ୍ଧର
ଶରଣ ଜନେ ଦାରୁଣ ଭୀତି
ଆଉ ତୁ ନ କର । ୨ ।

ମନ୍ଦରସ୍ତନା ଛନ୍ଦ ନ କର
ବନ୍ଦନ ମୋହର
ସୁଦରଶନେ ଆଦର କରି
ଦିଅ ତୁ ଅଧର । ୩ ।