Tu Jaa Na Re Satha Lampata Kanha

(Prataparudra Deba— Raga Kaphi, Tala Ekatali)
(ପ୍ରତାପରୁଦ୍ର ଦେବ— ରାଗ କାଫି, ତାଳ ଏକତାଳି)

ତୁ ଯାନାରେ ଶଠ ଲମ୍ପଟ କାହ୍ନା । ଘୋଷା ।

ଜାଗର ଜାଳି ନବୀନ କିଶୋରୀ
ସହିଲା କେତେ ଯାତନା । ୧ ।

ପ୍ରିୟସଖୀଙ୍କି କହିବୁନି କି
ମନେ କରିଛୁ ଭାବନା । ୨ ।

ଶୁଣ ମୋ ବାଣୀ ଏଠାରୁ ବେଣୁପାଣି
ଚଳ କଳହ କରନା । ୩ ।

ଭାଷେ ପ୍ରତାପରୁଦ୍ର ଦେବ ଭୂପ
ଆଉ ଭଗାରି ହସାନା । ୪ ।

Tu Jana Re, Tu Jaana Re, Tu Jaa Naa Re