Ana Re Mina Nayana Pheri

ଅନାରେ ମୀନନୟନା ଫେରି
(Upendra Bhanja— Raga Kaphi, Tala Tripata)
(ଉପେନ୍ଦ୍ର ଭଞ୍ଜ— ରାଗ କାଫି, ତାଳ ତ୍ରିପଟା)

ଅନାରେ ମୀନନୟନା ଫେରି
ସୁନାଗରୀମଣି ସୁନା ଚମ୍ପାଗୋରୀ । ଘୋଷା ।
ହସିବାରୁ ସୁଧା ଖସିବା ଉରେ
ବାସ ଅଞ୍ଚଳ ଢାଙ୍କିଛୁ ମୁଖରେ । ୧ ।
ଉଡ଼ିଯିବା ପାଇଁ ନେତ୍ର ଖଞ୍ଜନ
ଅଠା କରି ଲଗାଇଛୁ ଅଞ୍ଜନ । ୨ ।
କଟାକ୍ଷ ଚାଳି କାଣ୍ଡ ମୋତେ ମାରି
କି ଦେବୁଟି ବେଗେ ବାହାର କରି । ୩ ।
ମୋହ ଠାରେ ଅନୁରାଗ ବହିଲୁ
ହେମ ଚୁମକ ମଣି ଲଗାଇଲୁ । ୪ ।
ବୋଲେ ଯୁବରାଜ ନବକିଶୋରୀ
ତୋ ଦୟା ନୋହିଲେ ଗଲିଟି ସରି । ୫ ।