(ଅଜ୍ଞାତ କବି— ରାଗ କଲ୍ୟାଣ, ତାଳ ତ୍ରିପଟା)
ଏ କିସ ହେ ଶ୍ୟାମ
କହୁଥାଅ ପରା ଆନେ ନାହିଁ ପ୍ରୀତି । ଘୋଷା ।
ନଳିନ ନୟନ ଦିଶୁଛି ଥନଥନ
କୁଙ୍କୁମରେ ଜରଜର ଦିଶେ ଛାତି । ୧ ।
ଅଧର ସୁରଙ୍ଗ ଦିଶୁଛି ବିଭଙ୍ଗ
ମୋହନ ମାଦକେ ପାହିବାରୁ ରାତି । ୨ ।
ଆହେ ବାସଚୋରା ପଡ଼ିଗଲ ଧରା
କାହା ପୁରେ ରହି ପୁହାଇଲ ରାତି । ୩ ।