Syama Bine Sajani

ଶ୍ୟାମ ବିନେ ସଜନୀ
(Banamali— Raga Malabagouda, Tala Ekatali)
(ବନମାଳୀ— ରାଗ ମାଳବଗୌଡ଼ା, ତାଳ ଏକତାଳି)

ଶ୍ୟାମ ବିନେ ସଜନୀ ଆନେ ବଞ୍ଚିବି କି । ଘୋଷା ।

ମୁଁ ତ କରିନାହିଁ ଦୋଷ ମୋରେ କାହିଁକି ନିରାଶ
କରିଥିଲି କେତେ ଆଶ ଦହିଲେ କି । ୧ ।

ସେ ଶିଖିପୁଚ୍ଛ ଚୂଳିଆ ନବୀନ ଘନକାଳିଆ
କଳାପ ଗୁଞ୍ଜମାଳିଆ ନଇଲେ କି । ୨ ।

ଏ ଜୀବନ ଯିବ ଧନକୁ କେ ଭେଟାଇବ
ଶ୍ରୀ ବୀରକିଶୋର ଦେବ ଭାଷିଲେ କି । ୩ ।