Gopie Arghya Bandanti

ଗୋପୀଏ ଅର୍ଘ୍ୟ ବନ୍ଦାନ୍ତି
(Haribandhu— Raga Dhanasri, Tala Jhampa)
(ହରିବନ୍ଧୁ— ରାଗ ଧନାଶ୍ରୀ, ତାଳ ଝମ୍ପା)

ଗୋପୀଏ ଅର୍ଘ୍ୟ ବନ୍ଦାନ୍ତି
ମଙ୍ଗଳ ଶୁଭ ମଙ୍ଗଳ । ଘୋଷା ।

ଗୋଧନ ବାହୁଡ଼ା ବେଳେ
ଗୋରୁ ଗୋପାଳଙ୍କ ମେଳେ
ପଛେ ଶ୍ରୀକୃଷ୍ଣ ଗୋପାଳେ
ଖୋଷି ଜାମୁଡାଳେ ଡାଳେ । ୧ ।

ବଜାଇ ଖେମଟା ତାଳ
କରତାଳି କୁତୂହଳ
ନାଚନ୍ତି ନନ୍ଦଦୁଲାଳ
ଗୋପନଗର ଚହଳ । ୨ ।

କର୍ଣ୍ଣରେ କୁଣ୍ଡଳ ଲୋଳେ
ତୃପ୍ତ ତାଳ ପଡ଼ିତାଳେ
ବଂଶୀ ବାଇ ନେତ୍ର ଢାଳେ
ହରଷେ ମନକୁ ହରେ । ୩ ।

ପଦ୍ମନାଭ ଦେବ ବୋଲେ
ଏହା ନୁହେଁ କେତେବେଳେ
ଶ୍ରୀକୃଷ୍ଣ ରସେ ରସିଲେ
ପାଇ ଅବା ଭାଗ୍ୟ ଥିଲେ । ୪ ।