(କାଶୀ— ରାଗ ବିହାଗ, ତାଳ ଝମ୍ପା)
ଫେରିଯା ଫେରିଯା କାହ୍ନୁ କୁଞ୍ଜକୁ ନ ଯା
ଆମ୍ଭ କିଶୋରୀ ସ୍ୱପନ ନିଦ୍ରା ନ ଭଞ୍ଜା । ଘୋଷା ।
ତୁମ୍ଭ କରମ ଧରମ ଧେନୁରଖା ବଡ଼ପଣ
ତୁ କାହୁଁ ଜାଣିବୁ ଶ୍ୟାମ ପୀରିତ ମଜ୍ଜା ରେ । ୧ ।
ଜାତି ତୋ କଠାଉ ମଡ଼ା ଶିକା ବାଉଙ୍ଗୀ ସଜଡ଼ା
ବନଫୁଲେ ବାନ୍ଧି ଜୂଡ଼ା ମୁରଲୀ ବଜା ରେ । ୨ ।
ପୁରୁଷ ଭ୍ରମର ଜାତି ଖୋଜୁଥାନ୍ତି ପରପ୍ରୀତି
ପାଇ ସନ୍ତୋଷ ହୁଅନ୍ତି ମହତହଜା ରେ । ୩ ।
ଗଲେ ଅପମାନ ହେବ ମାନ ସଙ୍ଗରେ ବଢ଼ିବ
ବୋଲେ ଦୀନ କାଶୀ ଭାବି ପାଇବ ମଜ୍ଜା ରେ । ୪ ।