Keli Nipa Mulaku Tu Ana

କେଳି ନୀପମୂଳକୁ ତୁ ଅନା
(Anonymous— Raga Bihaga, Tala Jhampa)
(ଅଜ୍ଞାତ କବି— ରାଗ ବିହାଗ, ତାଳ ଝମ୍ପା)

କେଳି ନୀପମୂଳକୁ ତୁ ଅନା
ରେ ସୁଲୋଚନା । ଘୋଷା ।

ନବ ବାରିଧର ଜିଣି ଦିଶେ ତନୁ
କର୍ଣ୍ଣରେ କୁଣ୍ଡଳ ଗଞ୍ଜେ ନବ ଭାନୁ
ରୁଣ୍ଡ କରେ କାମ ଶକ୍ର କାଣ୍ଡ ଧନୁ
ତୀର ନେତ୍ର ତୀକ୍ଷ୍ଣ ମୁନା । ୧ ।

ବକାଳି ପନ୍ତିକି କୁସୁମ ମାଳିକା
ଖେଳା କରେ ହୃଦେ ମଲ୍ଲିକା ମାଳିକା
ବିରହିଣୀ ଧନୀ କାମେ ବିହ୍ୱଳିକା
ବାଳା ଅବନୀମଣ୍ଡନା । ୨ ।

ଲପନ ଝଲକେ ମୃଗାଙ୍କ ମଣ୍ଡଳେ
କରି ଶୁଣ୍ଢ ବାରି ଦଣ୍ଡେ ଖେଳା କରେ
ମୁରଲୀ ତନ୍ତରେ ବାଦ୍ୟ ନୃତ୍ୟ କରେ
ଝଟକେ ମନ ମୋହନା । ୩ ।