Biraje Mohana Re

ବିରାଜେ ମୋହନ ରେ
(Anonymous— Raga Saranga, Tala Ekatali)
(ଅଜ୍ଞାତ କବି— ରାଗ ସାରଙ୍ଗ, ତାଳ ଏକତାଳି)

ବିରାଜେ ମୋହନ ରେ
ଆସ ରାସ କୁଞ୍ଜେ କଞ୍ଜନୟନୀ ବହନରେ । ଘୋଷା ।
ସଂସାରର ସାର ରସ ସରସୀ ସମାନ
ରତିପତି କୃତି ଘେନେ ଅପଘନରେ । ୧ ।
ଦେଖିଲେ କମଳଦଳ କୋମଳ ବଦନ
ଭାବ କାନ୍ତ କାନ୍ତି ପନ୍ତି ନିନ୍ଦନ୍ତି ସୁମନ ରେ । ୨ ।
ପୁଣ୍ୟପୁଞ୍ଜ କି ବା କୁଞ୍ଜ କରିଛି ମଣ୍ଡନ
ପବିତ୍ର ହୋଇବ ନେତ୍ର କଲେ ଦରଶନ ରେ । ୩ ।
ଧୀରାଧରା ମଣ୍ଡନା ତୁ ଲଭିଲେ ଆସନ
ବନ୍ଧୁ ପାଶେ ସୁଖସିନ୍ଧୁ ଉଚ୍ଛୁଳିବ ଜାଣ ରେ । ୪ ।