Hata Nagara He Satha Lampata

ହଟନାଗର ହେ ଶଠ ଲମ୍ପଟ
(Dinakrusna— Raga Desakhya, Tala Tripata)
(ଦୀନକୃଷ୍ଣ— ରାଗ ଦେଶାକ୍ଷ, ତାଳ ତ୍ରିପଟା)

ହଟନାଗର ହେ ଶଠ ଲମ୍ପଟ
ଅଟ ଏଡ଼େ ଖଣ୍ଟ ଜାଣ କେତେ କପଟ । ଘୋଷା ।
ନାଟଲଗା ବାଟଜଗା ଧିଟ ନିପଟ
ଘାଟ କଉଡ଼ି ମାଗନା ପୀତପଟ । ୧ ।
ପାଟକ କୁଳରେ ପରା ଅତି ଆକଟ
ରାଟସୁତ କରାଅନା ନିନ୍ଦା ପ୍ରକଟ । ୨ ।
ନିଛାଟରେ ନାହାନ୍ତି ମୋ ସଖୀ ଥାଟ
ତାଟକା ନ କର ଏଥି ଏ କି ମୁରାଟ । ୩ ।
ପାଟକୁମର ଆଉ ନ କର ଅଝଟ
ଘାଟ ଛାଡ଼ ଦୀନକୃଷ୍ଣ କହେ ହେ ବିଟ । ୪ ।