(ବୀରମିତ୍ରୋଦୟ— ରାଗ ସୁରଠ, ତାଳ ଝମ୍ପା)
ଦେଉଛ ଦମ୍ଭ ଅପସାରି ସାରି ରେ । ଘୋଷା ।
ଅମର ଭବନକୁ ଯିବା ବେଳେ ମନକୁ ।
ନେଉଛି ଯାହା ସୁର ନାରୀ ନାରୀ ରେ । ୧ ।
ଯେମନ୍ତ ରାଜହଂସୀ ମୃଣାଳକୁ ଆକର୍ଷି ।
ନିଏ ସୂତ୍ରକୁ ଧୀରେ ସାରି ସାରି ରେ । ୨ ।
ଗମନ ଚାହାଣୀରେ ।ଲଟ ଚାହାଣୀରେ ।
ନୟନ ଶରେ ସୁକୁମାରୀ ମାରି ରେ । ୩ ।
ଅନାଇଁ ତାର ମୁଖ ଲଭୁଥିଲୁ କି ସୁଖ ।
ଆହା ଦେଲେ ତୋ ପରିବାରୀ ବାରି ରେ । ୪ ।
ଶ୍ରୀ ବୀରମିତ୍ରୋଦୟ ସିଂହ ଭାଷେ ହୃଦୟ ।
ହେଉଛି ଅଧୀନ ତାହାରି ହାରି ରେ । ୫ ।