Pamara Mana Rama Anuja Namaku

ପାମର ମନ ରାମ ଅନୁଜ ନାମକୁ
(Gopalakrusna— Raga Gandhara, Tala Pahapata)
(ଗୋପାଳକୃଷ୍ଣ— ରାଗ ଗାନ୍ଧାର, ତାଳ ପହପଟ)

ପାମର ମନ ରାମ ଅନୁଜ ନାମକୁ ରଟୁଥାରେ
ବାମ ନୋହିବ ତାମରସର ବନ୍ଧୁଜ ତୋହଠାରେ । ଘୋଷା ।
କାମମୋହନ ଶ୍ୟାମସୁନ୍ଦର ଦାମ ଉଦର ମନ୍ଦରଧର
ଧାମକୁ ଯାଇ କୁଟୀର ବନାଇ ବସ ହଂସଜା ପନ୍ତାରେ । ୧ ।
ଗ୍ରାମ ଯାବଟ ଶ୍ରୀନନ୍ଦୀଶ୍ୱର ମୁଖରାଇ ବରଷାଣ ନବର
ବୁଲି ଝୁଲି ଧରି ମାଗି ମଧୁକରୀ ଭୁଞ୍ଜ ରାଧେଶ୍ୟାମ ନାଁରେ । ୨ ।
ସମର୍ଥ ଆଉ ପଳାଇଯା ଯା ପରିହରି ସୁତ ବିତ୍ତ ଭାରିଯା
ଉନମତ୍ତ ହୋଇ କରେ ତାଳି ବାଇ କୃଷ୍ଣଗୁଣ ଗୀତ ଗାଆରେ । ୩ ।
ଯାମ ଯାମକେ କର ସ୍ମରଣ ଶ୍ରୀ ଯୁଗଳ ଲୀଳା ରସ କଥନ
ସାଧନେ ସ୍ୱତନ୍ତ୍ର କାମ ବୀଜମନ୍ତ୍ର ଗୋପାଳକୃଷ୍ଣେ ଜପାରେ । ୪ ।