Mu Chhadi Denti Ki Disa Dele

ମୁଁ ଛାଡ଼ିଦେନ୍ତି କି ଦିଶା ଦେଲେ
(Gopalakrusna— Raga Bihaga, Tala Ekatali)
(ଗୋପାଳକୃଷ୍ଣ— ରାଗ ବିହାଗ, ତାଳ ଏକତାଳି)

ମୁଁ ଛାଡ଼ିଦେନ୍ତି କି ଦିଶା ଦେଲେ । ଘୋଷା ।

ପୁର ପଦ୍ଧତିରେ ଶ୍ରୀ ଚରଣାବ୍ଜରେ
ମୁଁ ନ ଲୋଟନ୍ତି କି । ୧ ।

ପଦାବ୍ଜର ଧୂଳି ଅଙ୍ଗେ ହୋଇ ବୋଳି
ମୁଁ ନ ଗଡ଼ନ୍ତି କି । ୨ ।

ଆନନ୍ଦରେ ପ୍ରେମ ପୀୟୂଷ ସିନ୍ଧୁରେ
ମୁଁ ନ ମଜ୍ଜନ୍ତି କି । ୩ ।

ମୋର ଦଶା ଡୋଳେ ବିଲୋକି ବିକଳେ
ତୋଳନ୍ତେ ନାହିଁ କି । ୪ ।

ହୋଇଲାର ଯୋଗ ଶ୍ରୀ କୃଷ୍ଣାଙ୍ଗରାଗ
ମୁଁ ନ ଲଭନ୍ତି କି । ୫ ।

ପ୍ରତୀକରେ ଜୀବ ପ୍ରବେଶ ଉତ୍ସବ
ଘଟନ୍ତା ନାହିଁ କି । ୬ ।

ଗୋପାଳକୃଷ୍ଣର କୋଟି ଜନ୍ମାନ୍ତର
ଦୁଃଖ ରହନ୍ତା କି । ୭ ।