Utha Na Kara Matha

ଉଠ ନ କର ମଠ
(Gopalakrusna— Raga Kirabani, Tala Rupaka)
(ଗୋପାଳକୃଷ୍ଣ— ରାଗ କୀରବାଣୀ, ତାଳ ରୂପକ)

ଉଠ ନ କର ମଠ ତୋ ଦରଶନକୁ
ମୋହନ ଆସିଛନ୍ତି ପରା ରେ । ଘୋଷା ।

ପଲଙ୍କ ତଳରେ ପ୍ରଦୀପ ପାଶରେ
ଉଭା ହୋଇଛନ୍ତି ଧୀରାଧୀରା ରେ । ୧ ।

ହେବୁ ବୋଲି ବେଶ କରି କେତେ ଆଶ
ଆଣିଛନ୍ତି ସୁମନସ ଝରା ରେ । ୨ ।

ହୁଅ ଅପହୁଡ଼ ତଳପ ସଜାଡ଼
ପ୍ରାଣନାଥ ମନୋରଥ ପୂରା ରେ । ୩ ।

ସଖୀ କର ଧରି ଶ୍ରୀ ନବକିଶୋରୀ
ଚେତି ଉଭା ହେଲେ ବସୁନ୍ଧରାରେ । ୪ ।

ସହି ଗଲେ କହି ସମୟକୁ ଚାହିଁ
ଗୋପାଳକୃଷ୍ଣ ବୋଲଇ ତ୍ୱରାରେ । ୫ ।