To Pirati Lagi Re Hebi Jogi

ତୋ ପୀରତି ଲାଗି ରେ ହେବି ଯୋଗୀ
(Gopalakrusna— Raga Basanta, Tala Ekatali)
(ଗୋପାଳକୃଷ୍ଣ— ରାଗ ବସନ୍ତ, ତାଳ ଏକତାଳି)

ତୋ ପୀରତି ଲାଗି ରେ ହେବି ଯୋଗୀ । ଘୋଷା ।

ଧରି ଜପାମାଳୀ ତୋ ଗୁଣ ଆବଳୀ
ନିରତେ ଜପିବି ଜୀବସଙ୍ଗୀ ରେ । ୧ ।

ଅଙ୍କେ ସୁରତାନ୍ତେ ପହୁଡ଼ାଇ ମୋତେ
ନିଶିଯାକ ବସିଥାଉ ଜଗି ରେ । ୨ ।

ଦୂରୁ ମୋତେ ଚାହିଁ ହସୁ ଚନ୍ଦ୍ରମୁହିଁ
ମୁଖ ନାଗବଲ୍ଲୀ ଦେଉ ଫିଙ୍ଗି ରେ । ୩ ।

ଭାଷଇ ଗୋପାଳକୃଷ୍ଣ ବଂଶୀକୁଳ
ହେଲେ ମୋହିପାରେ ଭୂରୁଭଙ୍ଗୀରେ । ୪ ।