(ଗୋପାଳକୃଷ୍ଣ— ଯତି)
ମୁଁ ତ ଜାଣି ଜାଣି କରିଛି ମାନ । ଘୋଷା ।
କାହାକୁ ବୋଲିବି କିସ ମୋହରି କରମ ଦୋଷ
ସ୍ୱହସ୍ତେ କରିଛି ବିଷପାନ । ୧ ।
ଅଛି ତ ସତେ ଏ ଯୋଗ ଆନ କେ କରିବ ଭୋଗ
ଲୁହ ପୋଛି ହୋଇବାକୁ ଗ୍ଳାନ । ୨ ।
ଆହା ହାତ ଧରି ମୋତେ ଏହି ରୁଷା ଲାଗି କେତେ
ଦେଇଥିଲେ ନ ପାଳିଲି ଆନ । ୩ ।
ବ୍ରଜବିଧୁ ଦୁଃଖ ଦେଖି ହୋଇବି ବୋଲି ତ ସୁଖୀ
ଆନକୁ ବଢ଼ାଇଦେଲେ କାନ । ୪ ।
ଗୋପାଳକୃଷ୍ଣ କହଇ ଆଣିଲେନି ଲେଉଟାଇ
ସଜନୀ କର ସେହି ଗୁମାନ । ୫ ।