Radha Gobinda Bhaja Re Manasa

ରାଧାଗୋବିନ୍ଦ ଭଜରେ ମାନସ
(GopalakrusnaEkatali)
(ଗୋପାଳକୃଷ୍ଣଏକତାଳି)

ରାଧାଗୋବିନ୍ଦ ଭଜରେ ମାନସ । ଘୋଷା ।

ତେଜ କୂଟ କପଟ ଲୋଟ ଯମୁନା ତଟ
ଶ୍ରୀ ରାସସ୍ଥଳୀ ରଜରେ ମାନସ । ୧ ।

ସ୍ୱେଶ୍ୱରୀ କୁଣ୍ଡ ତୀର ବନେ ବସତି କର
ହର ଏ ଭବ ରୁଜରେ ମାନସ । ୨ ।

ଗଳି ପଡ଼ିଥିବାର ତଳେ ମୁକୁତା ହାର
ଗୋଟାଇ ଗୁନ୍ଥ ସ୍ରଜରେ ମାନସ । ୩ ।

ଦୋଳା ଲୀଲା କାଳରେ ଧରି ଡୋରି ସଧୀରେ
ପଞ୍ଚାଇ ସୁଖେ ମଜ୍ଜରେ ମାନସ । ୪ ।

ରାସ ଅବସାନରେ କୁସୁମ ବ୍ୟଜନରେ
ରହି ସହୀ ସମାଜରେ ମାନସ । ୫ ।

ଗୋପାଳକୃଷ୍ଣ କଥା କରନାଟି ଅନ୍ୟଥା
ନିଭୃତ କୁଞ୍ଜ ଶେଯରେ ମାନସ । ୬ ।