Karuthili Mun Nahi Nahi Re

କରୁଥିଲି ମୁଁ ନାହିଁ ନାହିଁ ରେ
(GopalakrusnaPahapata)
(ଗୋପାଳକୃଷ୍ଣପହପଟ)

କରୁଥିଲି ମୁଁ ନାହିଁ ନାହିଁ ରେ
ଆଣି ପକାଇଦେଲୁ ମୋତେ କାହିଁରେ । ଘୋଷା ।

ଯିବା ବୋଲି ଗାଧୋଇ ଫାନ୍ଦେ ମୋତେ ପକାଇ
ବ୍ରଜବିଧୁକୁ କଲୁ ମୁହାଁମୁହିଁ ରେ । ୧ ।

ଜିଣିଛି ରଣରଣ ଯାର ସୁନ୍ଦରପଣ
ପତିବ୍ରତାକୁ ପକାଉଛି ମୋହି ରେ । ୨ ।

ପଡ଼ିଲା କି ବିପତ୍ତି ଖସିଗଲା ମୋ ଧୃତି
ଅନା ଚାହିଁବାର ସେ ରହି ରହି ରେ । ୩ ।

କେ ଦେଖିଦେଲେ ମୋର ସରିଯିବ ସଂସାର
ହେଲେ ନିକଟ କର ପରିତ୍ରାହି ରେ । ୪ ।

ଏଣେ ତେଣେ ଅନାଇ ଶ୍ୟାମ ହୃଦେ ଲଗାଇ
ଘେନିନେଲେ ଗୋପାଳକୃଷ୍ଣ କହି ରେ । ୫ ।