Mo Nida Kene Delu Bhangi Re

ମୋ ନିଦ କେଣେ ଦେଲୁ ଭାଙ୍ଗିରେ
(Gopalakrusna— Raga Bhairabi, Tala Khemata)
(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ଖେମଟା)

ମୋ ନିଦ କେଣେ ଦେଲୁ ଭାଙ୍ଗିରେ
ସ୍ୱପ୍ନ ଦେଖୁଥିଲି ଭଙ୍ଗୀରେ । ଘୋଷା ।

ଭେଟିଲାକ୍ଷଣିରେ ଯାହା ବିଲୋକିଲି
ଆହା ସେ ସଞ୍ଜର ପଙ୍ଗୀରେ
ଭବ ପରାଭବି ଛବିର ଗରବ
ଲବକରେ ଯିବ ଭାଙ୍ଗିରେ । ୧ ।

ହସି ନେଲେ ଆସି ତଳପରେ ବସି
ଲକ୍ଷମୂଳର ବରାଙ୍ଗୀରେ
ନକ୍ଷତ୍ରମାଳା ବକ୍ଷରୁ ଦେଇ ମୋତେ
କରୁଥିଲେ ସେ ଉତ୍ସଙ୍ଗୀରେ । ୨ ।

ପରସିବା ବିଧି ସେ ଦିନ ବୋଲି ମୁଁ
ଭାଳି ହେଉ ଉଦବେଗିରେ
ହେଜି ଦିବ୍ୟ ଭୋଜ୍ୟ ସମ୍ପାଦି ଲଳିତା
ତେଣେ ରହିଥିଲା ଜଗିରେ । ୩ ।

ମାନ କରି ଆଜ ଦିନଯାକ ମୁହିଁ
ହୋଇଥିଲି ବିପ୍ର ଯୋଗୀରେ
ଦୟାଳୁ କଞ୍ଜସମ୍ଭବ ସଂବେଶରେ
କରାଇଥିଲା ସଂଯୋଗୀରେ । ୫ ।

ଗୋପାଳକୃଷ୍ଣ କହଇ ସାବଧାନ
ହୁଅ ଚାରୁ ଚଳାପାଙ୍ଗୀରେ
ଘନତମସୀରେ ପଞ୍ଚପାଳି ତଳେ
ଦେଖୁଛନ୍ତି ଚଳ ବେଗିରେ । ୬ ।