Syama Bansi To Namaku

ଶ୍ୟାମ ବଂଶୀ ତୋ ନାମକୁ
(Ramachandra Deba— Raga Manjughosa Kedara, Tala Ekatali)
(ରାମଚନ୍ଦ୍ର ଦେବ— ରାଗ ମଞ୍ଜୁଘୋଷ କେଦାର, ତାଳ ଏକତାଳି)

ଶ୍ୟାମ ବଂଶୀ ତୋ ନାମକୁ
ଧରି କରେ ମହତସରା ରେ ସଜନୀ । ଘୋଷା ।

କରି ସୁସ୍ୱର ସ୍ୱନକୁ । ଦହି ନିଅଇ ମନକୁ ।
ଡାକି ନିଅଇ ପାଶକୁ ହୋଇ କେଡ଼େ ତ୍ୱରା ରେ । ୧ ।

ନାରଦ ବିପଞ୍ଚୀଠାରୁ । ନାଦ ଶୁଭେ ଅତି ଗୁରୁ ।
କୃଷ୍ଣ ବଶ ନ ହେବାରୁ ବାଇ ହେଲୁ ପରା ରେ । ୨ ।

ସପତ ସ୍ୱରକୁ ବାହି । ପତିବ୍ରତା ହେଲେ ମୋହି ।
ମୋହନ ଶ୍ରୀକରେ ରହି ଦିଶେ କେଡ଼େ ତୋରା ରେ । ୩ ।

ଭଣେ ରାମଚନ୍ଦ୍ର ଦେଉ । କରେ ମୁରଲୀ ବଜାଉ ।
ତାଙ୍କ ପାଦେ ଚିତ୍ତ ରହୁ ପାଇ ସେ ଆସରା ରେ । ୪ ।