(ରାମଚନ୍ଦ୍ର ଦେବ— ରାଗ ମଞ୍ଜୁଘୋଷ, ତାଳ ଏକତାଳି)
କାହିଁକି ଊଣା ହେଲା କରୁଣା
ମୋ ଠାରୁ ରେ ସଜନୀ ନବୀନାର । ଘୋଷା ।
ସାର କରି ମାନସେ । ତାର ପୀରତିରସେ ।
ମଜ୍ଜି ଅତି ହରଷେ ବସିଲା ଯାଇ ପାଶେ ।
(ପଡ଼ି)
ଚାହିଁଲା ନାହିଁ ଧନ କରି ବିରସ ମନ
ଶୁଖାଇ ହରଷ ତେଜି ସେ ଚନ୍ଦ୍ରବଦନ
ମହୀକି ଦେଇ ନୟନ ବସିଲା କରି ଗୁମାନ
କହନ୍ତେ ଚାଟୁବଚନ ନ କହିଲା ସୁବଚନ । ୧ ।
ଥିଲି ତା ଛାଇ ପରି । ପାଶରେ ଅନୁସରି ।
ନାହିଁ ମୁଁ ଦୋଷ କରି କିସ ଅବା ବିଚାରି ।
(ପଡ଼ି)
ଚାହିଁଲା ନାହିଁ ଧନ କରି ବିରସ ମନ
ଶୁଖାଇ ହରଷ ତେଜି ସେ ଚନ୍ଦ୍ରବଦନ
ମହୀକି ଦେଇ ନୟନ ବସିଲା କରି ଗୁମାନ
କହନ୍ତେ ଚାଟୁବଚନ ନ କହିଲା ସୁବଚନ । ୨ ।
ନ କର ତୁ ବାରଣ । ରଖ ମୋରେ ଶରଣ ।
ମୁଁ ହୋଇବି କାରଣ ବୋଲି ଧରୁଁ ଚରଣ ।
(ପଡ଼ି)
ଚାହିଁଲା ନାହିଁ ଧନ କରି ବିରସ ମନ
ଶୁଖାଇ ହରଷ ତେଜି ସେ ଚନ୍ଦ୍ରବଦନ
ମହୀକି ଦେଇ ନୟନ ବସିଲା କରି ଗୁମାନ
କହନ୍ତେ ଚାଟୁବଚନ ନ କହିଲା ସୁବଚନ । ୩ ।
ରାମଚନ୍ଦ୍ର ଦେଓ ଭାଷେ । ଶ୍ୟାମ ବାଣୀ ପ୍ରକାଶେ ।
ମଦନ ଦରବେଶେ ନେଉଛନ୍ତି ବିରସେ ।
(ପଡ଼ି)
ଚାହିଁଲା ନାହିଁ ଧନ କରି ବିରସ ମନ
ଶୁଖାଇ ହରଷ ତେଜି ସେ ଚନ୍ଦ୍ରବଦନ
ମହୀକି ଦେଇ ନୟନ ବସିଲା କରି ଗୁମାନ
କହନ୍ତେ ଚାଟୁବଚନ ନ କହିଲା ସୁବଚନ । ୪ ।