Saraswati Binapani

ସରସ୍ୱତୀ ବୀଣାପାଣି
(Harihara Rayaguru— Raga Natakokila, Tala Ekatali)
(ହରିହର ରାୟଗୁରୁ— ରାଗ ନଟକୋକିଳ, ତାଳ ଏକତାଳି)

ସରସ୍ୱତୀ ବୀଣାପାଣି ଦେବୀ ତ୍ରିଭୁବନ ଚିନ୍ତାମଣି
ଶରଣରକ୍ଷଣୀ ବିଦ୍ୟା ପ୍ରଦାୟିନୀ
ବିଷ୍ଣୁଙ୍କ ଭାବିନୀ ଜନନୀ ନମାମି । ଘୋଷା ।

ଶ୍ୱେତବର୍ଣ୍ଣ ତନୁ କାନ୍ତି ଶୁକ୍ଳବସ୍ତ୍ର ପରିଧାନେ ମତି
ସୁରାସୁର ନର ଗନ୍ଧର୍ବ କିନ୍ନର
ତୁମ୍ଭ ପାଦପଦ୍ମେ କରନ୍ତି ଦଇନୀ
(ପଡ଼ି)
ସାରିଗାମାପାଧାନି ରାଗ ରାଗିଣୀ
ମୂର୍ଚ୍ଛନା ଶ୍ରୁତି ଆଳାପକୁ ଘେନି
ଉଦାରା ମୁଦାରା ତାର ଏ ତିନି
କୋମଳାତି କୋମଳ ତୀବ୍ରାଦି ପ୍ରଚାରିଣୀ । ୧ ।

କୁମୁଦବାନ୍ଧବାନନୀ ମାତ ଧବଳାମ୍ବୁଜ ଈକ୍ଷଣୀ
ସୃଷ୍ଟିର ଜନନୀ ବ୍ରହ୍ମାଙ୍କ ନନ୍ଦିନୀ
କବିକୁଳ ଚିନ୍ତାସମୁଦ୍ର ନାଶିନୀ । ୨ ।

ଅରୁଣାଧର ମୃଦୁବାଣୀ ସିନ୍ଧୁଫଳ ରଜନୀ ନାରାୟଣୀ
ଗରୁଡ଼ଧ୍ୱଜ ରକ୍ଷିଣୀ ବିଜୟେ କ୍ଷୀରାବ୍ଧି
ତନୟା ସପ୍ତଣୀ । ୩ ।

ତବ ଶ୍ରୀଚରଣ ବେନି ହରିହର ରାୟଗୁରୁ ଭଣି
ସଦା ଅପରାଧୀ ଅପରାଧ ମାନ
କ୍ଷମ ପାଣି ଯୋଡ଼ି କରୁଛି ଦଇନୀ । ୪ ।