Nanda Nandana He Bansi Badana He

ନନ୍ଦନନ୍ଦନ ହେ ବଂଶୀବଦନ ହେ
(Ramakrusna— Raga Natanarayana, Tala Ekatali)
(ରାମକୃଷ୍ଣ କବିଚନ୍ଦ୍ର— ରାଗ ନଟନାରାୟଣ, ତାଳ ଏକତାଳି)

ନନ୍ଦନନ୍ଦନ ହେ ବଂଶୀବଦନ ହେ
ଛାଡ଼ିଯାଉଛ ଗୋପଭୁବନ ହେ । ଘୋଷା ।

ଅକ୍ରୂର ଆଣିଛି ରଥ । ନେବ ବୋଲି ଗୋପୀନାଥ ।
କେମନ୍ତେ ଧରିବୁ ଯୁବା ଜୀବନ ହେ । ୧ ।

ଅକ୍ରୂର ଯାଉ ବାହୁଡ଼ି । ନ ଦେବା କୃଷ୍ଣଙ୍କୁ ଛାଡ଼ି ।
କି କରି ପାରିବ କଂସରାଜନ ହେ । ୨ ।

ଯଦି କଂସ କରେ କୋପ । ସମସ୍ତେ ତେଜିବା ଗୋପ ।
ଅରଣ୍ୟେ ରଚିବା ନିଜ ସଦନ ହେ । ୩ ।

ରାମକୃଷ୍ଣ ଗୀତେ ଭଣି । ଶୁଣ ଗୋ ବ୍ରଜତରୁଣୀ ।
ସେହି ରାମ କୃଷ୍ଣ ଜଗନ୍ମୋହନ । ୪ ।