Jagannatha Ho Kichi Magu Nahi Tote

ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ
(Banamali— Raga Chakrakeli, Tala Jati)
(ବନମାଳୀ— ରାଗ ଚକ୍ରକେଳି, ତାଳ ଯତି)

ଜଗନ୍ନାଥ ହୋ । କିଛି ମାଗୁ ନାହିଁ ତୋତେ ।
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧାବାଲିରୁ ହାତେ । ଘୋଷା ।

ଆନ ଦରଶନ ନ ଲୋଡ଼େ ନୟନ
ଏକା ତୋହ ଦେଖା ବିନା
ଶୁଣିବାକୁ କାନ ନ ଇଚ୍ଛଇ ଆନ
ତୋହ ଚରିତେ କାମନା । ୧ ।

ଜିହ୍ୱା ନ ବାଞ୍ଛଇ ଗ୍ରାମ୍ୟଗୀତ ଗାଇ
-ବାକୁ ରଜନୀ ଦିବସ
ତୋହ ନାମାବଳୀ କେବଳ ସଙ୍ଖାଳି
ହୋଇଥାଉ ପୀତବାସ । ୨ ।

ନାସା ମୋର ତୃପ୍ତି ନ ଲଭଇ ଆନ
ସୁବାସ ଦ୍ରବ୍ୟ ଆଘ୍ରାଣେ
ତୋହ ଛଡ଼ାମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।

ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ
ହରେକୃଷ୍ଣ ଜପୁଥାଉ
ବୋଲେ ବନମାଳୀ ମୋ ବେନି ଚରଣ
ତୋ ତୀର୍ଥ ଭ୍ରମଣେ ଯାଉ । ୪ ।