Dekha Go Radha Madhaba Chali

ଦେଖ ଗୋ ରାଧାମାଧବ ଚାଲି
(Banamali— Raga Ananda Kamodi, Tala Khemata)
(ବନମାଳୀ— ରାଗ ଆନନ୍ଦ କାମୋଦୀ, ତାଳ ଖେମଟା)

ଦେଖ ଗୋ ରାଧାମାଧବ ଚାଲି
ମଣିବିମାନ ଆସେ ଝୁଲି ଝୁଲି । ଘୋଷା ।

ବିବିଧ ବାଜଣା ବୀରକାହାଳୀ
ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି । ୧ ।

ସଙ୍ଗତେ ଅଛନ୍ତି ପଞ୍ଚସାଗର
ରାଧିକା ଦୂତିକା ମୁରଲୀଧର । ୨ ।

ନରେନ୍ଦ୍ର ସରକୁ କରିଣ ମନ
ଚାପ ଖେଳନ୍ତି ଜଗତମୋହନ । ୩ ।

ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ । ୪ ।