Bansi Re Tora Ediki Dau

ବଂଶୀରେ ତୋର ଏଡ଼ିକି ଦାଉ
(Banamali— Raga Kedara, Tala Khemata)
(ବନମାଳୀ— ରାଗ କେଦାର, ତାଳ ଖେମଟା)

ବଂଶୀରେ ତୋର ଏଡ଼ିକି ଦାଉ
ଦମ୍ଭ ଧରି କେବା ସହିବ ଆଉ । ଘୋଷା ।

ଶ୍ୟାମ କରେ ଅନୁବରତେ ଥାଉ
ଆମ୍ଭ ରାଧା ନାମୁଁ କି ସୁଖ ପାଉ । ୧ ।

ପଞ୍ଚମ ତାନରେ କି ଗୀତ ଗାଉ
ଗୋପିନୀକୁଳେ କଳଙ୍କ ଲଗାଉ । ୨ ।

ମୋହନ ଅଧର ଅମୃତ ଖାଉ
ବ୍ରଜେ ଅକୀର୍ତ୍ତି ଘୋଷଣା ଦିଆଉ । ୩ ।

ବନମାଳୀ ବୋଲେ ନ ବାଜ ଆଉ
ସବୁ ଯାଉ ପଛେ ମହତ ଥାଉ । ୪ ।