Mani Bimane Gobinda

ମଣି ବିମାନେ ଗୋବିନ୍ଦ
(Banamali— Raga Sankarabharana, Tala Khemata)
(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଖେମଟା)

ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ । ଘୋଷା ।

ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ
ତେରଛ ଚାହାଣୀ ତୁଲେ ହାସ ମନ୍ଦ ମନ୍ଦ । ୧ ।

ସଙ୍ଗରେ ପଞ୍ଚପାଣ୍ଡବେ ଲଭନ୍ତି ଆନନ୍ଦ
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛାନ୍ଦ । ୨ ।

ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । ୩ ।

ବଡ଼ଦାଣ୍ଡ ଉଚ୍ଛୁଳଇ ଗହଗହ ନାଦ
ଶଙ୍ଖ ଭେରୀ ତୂରୀ ଘଣ୍ଟା କାହାଳୀ ଶବଦ । ୪ ।

ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀହୃଦଚାନ୍ଦ । ୫ ।