Mana Anare Na Rasi

ମନ ଆନରେ ନ ରସି
(Banamali— Raga Suddhadesi, Tala Pahapata)
(ବନମାଳୀ— ରାଗ ଶୁଦ୍ଧଦେଶୀ, ତାଳ ପହପଟ)

ମନ ଆନରେ
ନ ରସି ହୁଅ ତୁ ସାବଧାନ ରେ । ଘୋଷା ।

ବିଷୟାବିଷକୁ ଗଦ ଭକ୍ତ ଜନେ ପ୍ରମୋଦ
ନନ୍ଦନନ୍ଦନ ପଦ ଗାନ ରେ । ୧ ।

ତେଜ କୁସଙ୍ଗ ସଙ୍ଗ କୁମତି କ୍ଷଣଭଙ୍ଗ
ତ୍ୟଜ ଶରୀରୁ ଅହଙ୍କାର ରେ । ୨ ।

ନେତ୍ରେ ନ ଦେଖୁ ଯାହା ସତ କି ମଣୁ ତାହା
ସ୍ୱପନ ଧନ ପରି ଜାଣ ରେ । ୩ ।

ଏ ଯେଉଁ କଳେବର ହେଜ ଅସ୍ଥିର ସ୍ଥିର
ଭବସାଗରୁ ହେବ ପାର ରେ । ୪ ।

ଧୀର ଶ୍ରୀ ବୀରବର ହୀର ମୁକୁଟ ଶିର
ବୀରକିଶୋର ଦେବ ଗାନ ରେ । ୫ ।