Mana Kari Mohanaku Rahibu Ki

ମାନ କରି ମୋହନଙ୍କୁ ରହିବୁ କି
(Banamali— Raga Kolahala, Tala Athatali)
(ବନମାଳୀ— ରାଗ କୋଳାହଳ, ତାଳ ଆଠତାଳି)

ମାନ କରି ମୋହନକୁ ରହିବୁ କି । ଘୋଷା ।

ବେନୁ ବାଇ ବୃନ୍ଦାବନୁ । ଧେନୁ ଘେନି କଳାକାହ୍ନୁ ।
ଆସନ୍ତେ ପାସୋରି ମନୁ ରହିବୁ କି । ୧ ।

ସଖାମଣ୍ଡଳୀ ମଧ୍ୟରେ । ନାଚିବାର ଧୀରେ ଧୀରେ ।
ଦେଖି ଝୁଲ ନୋହି ତୁହି ରହିବୁ କି । ୨ ।

ଯମୁନା ପାଣିକି ଥରେ । ନ ଯିବୁ କି ସେ ପଥରେ ।
ଚାହିଁ ନୀପମୂଳେ ସହି ରହିବୁ କି । ୩ ।

ବନମାଳୀ ନିବେଦନ । ଘନଶ୍ୟାମେ ନୁହଁ ବାମ ।
ମନରୁ ନ ତେଜି ମାନ ରହିବୁ କି । ୪ ।