(ବନମାଳୀ— ରାଗ ଖଣ୍ଡକାମୋଦୀ, ତାଳ ଯତି)
ସ୍ନେହକୁ ଏ କେମନ୍ତ ଦିଶିଲା ରେ
ସେ ତୋତେ ଅନୁସରି ଭାସିଲା ରେ । ଘୋଷା ।
ସୁଶୀଳା ରେ ବିଚାର କାହା ଦୁଃଖ କାହାର
ଯାହାରେ ଯାହା ମନ ରସିଲା ରେ । ୧ ।
ସେବକ ଜନେ ମାନ କରିବାର ବିଧାନ
ଏ ତୋ ଅବଧାନକୁ ଆସିଲା ରେ । ୨ ।
ସରସୀରୁହ ମୁହୀଁ ଶରମ ଚିତ୍ତେ କେହି
ସ୍ତନ କଠିନ ଏବେ ମିଶିଲା ରେ । ୩ ।
ବନମାଳୀ ବଦତି ଶ୍ୟାମଳ ତନୁ ଚିନ୍ତି
ଘାରି ହେବାର ବେଳ ଆସିଲା ରେ । ୪ ।