Rajibakhi Radhe

ରାଜୀବାକ୍ଷି ରାଧେ
(Tarini Charan Patra— Raga Dhanyasri, Tala Rupaka)
(ତାରିଣୀ ଚରଣ ପାତ୍ର— ରାଗ ଧନ୍ୟାଶ୍ରୀ, ତାଳ ରୂପକ)

ରାଜୀବାକ୍ଷି ରାଧେ ବିନୋଦେ
ରାଜ ହୃଦାନନ୍ଦେ
ରାଜ ବହନ ବରଜି ମାନ
ସଜଳ ଜଳଦକେଶୀ ମୋଦେ । ଘୋଷା ।

ସାଜ ସାଜ ସୁନାଗରୀ ରାଜ
ରାଜିବେ ବରଜ ଯୁବରାଜ
ଆଜି ରାଜି ହୁଅ ବେଗେ
ଭଜେ ତାରିଣୀ ଶ୍ରୀ ଯୁଗଳ ପାଦେ । ୧ ।