Daya Nahinki

(Madanamohana Deba— Raga Saberi, Tala Jati)
(ମଦନମୋହନ ସିଂହ ଦେବ— ରାଗ ସାବେରୀ, ତାଳ ଯତି)

ଦୟା ନାହିଁକି
ଦୟାମୟ ହେ ନିର୍ଦ୍ଦୟ ହେଉଛ କାହିଁକି । ଘୋଷା ।

ସାନ କାଳୁଁ ଦାନବଙ୍କୁ ହତ
କରି ରଖିଛ ପରା ହେ ନାଥ
ଏବେ ଗୋପୀଙ୍କି କରି ଅନାଥ
ପଳାଇବ ପ୍ରେମ ପାଶ ଗଳାରେ ଦେଇକି । ୧ ।

କଂସ ଆଦେଶ ଘେନି ଅକ୍ରୂର
କ୍ରୂରପଣକୁ ଦେଖାଇ ତାର
ସଜ କଲାଣି ସେ ଯାନବର
ଆଜ ବରଜୁ ବିଜେ ହେବେ ବେନି ଭାଇ କି । ୨ ।

ଶକ୍ର କୋପକୁ ଦେଖିଣ ଘୋର
ବକ୍ର ନୋହିଲ ହେ ତକ୍ର ଚୋର
ଛତ୍ରାକାର କରି ଗିରିବର
ଧଇଲ ଏ ଗୋପପୁର ରଖିବା ପାଇଁକି । ୩ ।

ବିଷ ଜଳରେ ହୋଇ ଆତୁର
ନାଶ ବାଞ୍ଛିବାରୁ ଯେ ତୁମ୍ଭର
ରୋଷ ବହି ମାନସ ଭିତର
ନାଶ କଲ ପରା ପଦେ କାଳୀୟ ଅହିକି । ୪ ।

ଧରାକୋଟାଧିପ ଶ୍ରୀ ମଦନ
ମୋହନ ସିଂହ ଦେବ
ରଚନ
ଦୂତ ନେଇ ଗୋପୀଙ୍କି କଦନ
ମଦନମୋହନେ ନେବ ରଥେ ବସାଇ କି । ୫ ।