(ଅଜ୍ଞାତ କବି— ରାଗ ମଧ୍ୟମାଦି, ତାଳ ଆଦିତାଳ)
ବିନା କାରଣରେ ତୁ ସୁନାଜିତ
ବରବରନା କେଣେ ହେଉ ବିମନା ରେ ।
ମନାସି କିସ ମନେ ଅନାଦର ବହିଛୁ
ଅନା ଶ୍ୟାମେ ହୋଇ ସୁମନା ରେ । ଘୋଷା ।
ଘେନାଇ କହିଲେ ନ ଅନାଉ ଭାଳି ଭାଳି
ସୁନାଦେହକୁ କରୁ ଚୂନା ରେ । ୧ ।
ମନା କର ନା ଧନ ମନାଇ କହୁଛି
ସେ ସିନା ଆମ ଜୀବନ କିନା ରେ । ୨ ।