Gobinda Rama Hari Bhaja Re Mana

ଗୋବିନ୍ଦ ରାମ ହରି ଭଜ ରେ ମନ
(Tarini Charan Patra— Raga Suddhadesi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ଶୁଦ୍ଧଦେଶୀ, ତାଳ ଏକତାଳି)

ଗୋବିନ୍ଦ ରାମ ହରି ଭଜ ରେ ମନ
ଗୋବିନ୍ଦ ରାମ ହରି । ଘୋଷା ।

କୃଷ୍ଣ ମୁରାରି କୁଞ୍ଜବିହାରୀ
କୁଞ୍ଜର ତାରଣକାରୀ । ୧ ।

ସଙ୍କଟହାରୀ ମଙ୍ଗଳକାରୀ
ମୋହନ ମୁରଲୀଧାରୀ । ୨ ।

ମନ୍ଦରଧାରୀ କେଶୀ କଂସାରି
ତାରିଣୀର ଦୁଃଖହାରୀ । ୩ ।