Ana Re Sunabarana Heu Kimpa Bimana

ଅନାରେ ସୁନାବରନା ହେଉ କିମ୍ପା ବିମନା
(Tarini Charan Patra— Raga Sriranjani, Tala Jhampa)
(ତାରିଣୀ ଚରଣ ପାତ୍ର— ରାଗ ଶ୍ରୀରଞ୍ଜନୀ, ତାଳ ଝମ୍ପା)

ଅନାରେ ସୁନାବରନା ହେଉ କିମ୍ପା ବିମନା
ଘନଶ୍ୟାମ ସୁନ୍ଦର ଝୁରି ମରିବେ ତୋ ବିନା । ଘୋଷା ।

ଦିବାରାତି ତୋ ଗୁଣ
ଗୁଣି ବନ୍ଧୁ ହେଲେ କ୍ଷିନ୍ନ
ଭଣେ ତାରିଣୀ ଚରଣ
ତେଜ ମାନ ରେ ନବୀନା । ୧ ।